ଜଳ ନିଷ୍କାସନରେ ବାଧକ ସାଜିଛି ସମ୍ବଲପୁରର ତ୍ରୁଟିପୂର୍ଣ୍ଣ ଡ୍ରେନେଜ୍ ବ୍ୟବସ୍ଥା

ସମ୍ବଲପୁର: ସହରର ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା ଏବେ ଜଳ ନିଷ୍କାସନର ପ୍ରମୁଖ ବାଧକ ପାଲଟିଛି। ବର୍ଷା ହେଲେ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେଉଥିବା ବେଳେ ଅନେକ ରାସ୍ତା ଓ ବସ୍ତି ଅଞ୍ଚଳରେ ପାଣି ଜମି ରହୁଛି। ସୂଚନା ଅନୁଯାୟୀ, ଡ୍ରେନ୍ ସଫେଇ ସମୟରେ କେବଳ ଉପରିଭାଗର ଆବର୍ଜନା ହଟାଯାଉଥିବା ବେଳେ ତଳଭାଗରେ ବର୍ଷ ବର୍ଷ ଧରି ଜମିଥିବା ମାଟି, ବାଲି ଓ ପଙ୍କର ସମ୍ପୂର୍ଣ୍ଣ ନିଷ୍କାସନ କରାଯାଉନାହିଁ। ଫଳରେ ଡ୍ରେନ୍‌ର ଜଳଧାରଣ ଓ ଜଳ ନିଷ୍କାସନ କ୍ଷମତା ଗୁରୁତର ଭାବେ ପ୍ରଭାବିତ ହେଉଛି।

ଅନ୍ୟପକ୍ଷରେ, ଡ୍ରେନ୍ ଉପରେ ବେଆଇନ ନିର୍ମାଣ, ଜବରଦଖଲ ଏବଂ ତ୍ରୁଟିପୂର୍ଣ୍ଣ ସ୍ଲାବ୍ ବ୍ୟବସ୍ଥା ଯୋଗୁଁ ନିୟମିତ ସଫେଇ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ଏପରି ସ୍ଥିତିରେ ସହରର ସମସ୍ତ ଡ୍ରେନ୍‌ର ବୈଷୟିକ ସର୍ଭେ, ସମ୍ପୂର୍ଣ୍ଣ ଡି-ସିଲ୍ଟିଂ, ବେଆଇନ ଜବରଦଖଲ ଉଚ୍ଛେଦ ଏବଂ ପରିମଳ ବ୍ୟବସ୍ଥାର ସମୀକ୍ଷା ସହ ଜଳ ନିଷ୍କାସନ ବ୍ୟବସ୍ଥାର ତୁରନ୍ତ ସୁଧାର ଆବଶ୍ୟକ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *