ସମ୍ବଲପୁରରେ ପ୍ରତିଷ୍ଠା ହେବ ନୂଆ ୱାର୍ଲ୍ଡ ସ୍କିଲ୍ ସେଣ୍ଟର, ଚିହ୍ନଟ ହେଲା ୧୫ଏକର ଜମି

ସମ୍ବଲପୁର: ସମ୍ବଲପୁରରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଏହି ପ୍ରକଳ୍ପ ପାଇଁ ସମ୍ବଲପୁରର ବଡ଼ସିଂହାରୀ ମୌଜାରେ ପ୍ରାୟ ୧୫ ଏକର ସରକାରୀ ଜମି ଚିହ୍ନଟ କରାଯାଇଥିବା ବେଳେ ଜମି ହସ୍ତାନ୍ତର ପାଇଁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଛି।

୨୦୨୬-୨୭ ଆର୍ଥିକ ବର୍ଷ ବଜେଟ୍‌ରେ ସମ୍ବଲପୁର ଓ ବ୍ରହ୍ମପୁରରେ ଦୁଇଟି ନୂଆ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା ପାଇଁ ୨୭୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମ୍ବଲପୁର କ୍ୟାମ୍ପସରେ ବିଶ୍ୱସ୍ତରୀୟ ଓ ଶିଳ୍ପଭିତ୍ତିକ ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ, ଯାହା ଏହି ଅଞ୍ଚଳର ଯୁବପିଢ଼ିଙ୍କ ପାଇଁ ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସ୍କିଲ୍ ଡେଭେଲପମେଣ୍ଟ କେନ୍ଦ୍ର ଭାବେ ଉଭା ହେବା ସହ ସ୍ଥାନୀୟ ଯୁବକ-ଯୁବତୀମାନେ ଆନ୍ତର୍ଜାତିକ ମାନର ପ୍ରଶିକ୍ଷଣ ପାଇ ଦେଶ ଓ ବିଦେଶରେ ଉନ୍ନତ ନିଯୁକ୍ତି ସୁଯୋଗ ପାଇପାରିବେ ।

Leave a Reply

Your email address will not be published. Required fields are marked *