ପୁରୀ: ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗୋବର୍ଦ୍ଧନ ମଠ ପରିଦର୍ଶନ କରି ପୂଜ୍ୟପାଦ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ତାଙ୍କର ଆଶୀର୍ବାଦ ଗ୍ରହଣ କରିଛନ୍ତି।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶଙ୍କରାଚାର୍ଯ୍ୟଙ୍କ ସ୍ନେହ, ଆଶୀର୍ବାଦ ଓ ଆଧ୍ୟାତ୍ମିକ ମାର୍ଗଦର୍ଶନ ସର୍ବଦା ପ୍ରେରଣାଦାୟକ। ସନାତନ ପରମ୍ପରା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ମହାନ ଆଧ୍ୟାତ୍ମିକ କେନ୍ଦ୍ରରେ ଉପସ୍ଥିତ ହୋଇ ସେ ନିଜକୁ ଧନ୍ୟ ମନେ କରିଥିବା ସହ ମନ ଶ୍ରଦ୍ଧା, ଶାନ୍ତି ଓ ଆଧ୍ୟାତ୍ମିକ ଆନନ୍ଦରେ ପରିପୂର୍ଣ୍ଣ ହୋଇଥିବା ପ୍ରକାଶ କରିଛନ୍ତି।
ପବିତ୍ର ରଥଯାତ୍ରା ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଗୋବର୍ଦ୍ଧନ ପୀଠ ପରିଦର୍ଶନକୁ ନେଇ ଭକ୍ତ ଓ ସାଧୁସନ୍ଥମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।

